![]() |
| ଏଇ କବିତାଟି ଡକ୍ଟର ଜ୍ୟୋତିରଞ୍ଜନ ଗୁଡିଆଙ୍କ ଦ୍ଵାରା ଲିଖିତ । ଏହା 21/03/2026 ତାରିଖ ରାତ୍ରି ୧.୨୫ ମିନିଟ୍ ସମୟରେ ଲେଖିଛନ୍ତି । |
ମୋ ପ୍ରିୟା କୁନି ଆଜି ଶ୍ରାବଣୀ ସାଜିଛି
ମୋ ପ୍ରିୟା କୁନି ଆଜି ଶ୍ରାବଣୀ
ସାଜିଛି
ବରଷା ରାତିରେ ମେଘ ମଲ୍ଲାର
ହୋଇଛି
ବିଜୁଳି ପରିକା ହାତ ଠାରି ସେ ଡାକେ
ପବନ ଘଡଗଡିରେ ଭିଜେଇ ଦିଏ ।
ଅଦିନିଆ ମେଘେ ଭିଜିଗଲେ ପ୍ରିୟା
ଥଣ୍ଡା ହୋଇଗଲେ କରିବି କିମିଆ
ସେଥିପାଇଁ ଆଜି ମୋତେ ଡର
ଲାଗୁଛି
ମୋ ପ୍ରିୟା କୁନି ଆଜି ଶ୍ରାବଣୀ
ସାଜିଛି । ॥
ବର୍ଷାବାୟୁ ଘନରାତି କମ୍ପିଉଠେ
ମୋର ଛାତି
ନୀରବରେ ଲେଖୁଥାଏ ଅକୁଆ ଆମ ସ୍ମୃତି
ଅଧା ଭିଜା ଶାଢୀ ତାର ପାଦରେ
ଅଳତା ଗାର
ସଞ୍ଜ ଆଳତୀ ଲଗାଇ ଶୁଆଏ ବାର ବାର।
ଘନ ରାତିରେ ବହେ ଶୀତୁଆ ପବନ
ଦୀପ ଲିଭିଗଲେ ତାର ଚମକେରେ ମନ
ଭାଙ୍ଗିଯାଏ ନିଦ ମୋର ଅଧା ସ୍ଵପ୍ନ
ଭରି
ଉଜାଗରେ ରହି ଦିଏ ଚୁମ୍ବନ
ମଧୁରୀ ।
ବର୍ଷାଧାରେ ଆମ ପ୍ରେମ ଝରି ହୋଇ
ପଡେ
ବୁଝି ହୁଏ ନାହିଁ ଅଛୁ କେଉଁ
ଗ୍ରହରେ
ନୂଆ ଏକ ପ୍ରେମ ଋତୁ ସାଜି ସେ
ଆସିଛି
ମୋ ପ୍ରିୟା କୁନି ଆଜି ଶ୍ରାବଣୀ
ସାଜିଛି ।

0 Comments