ମୁଁ ତୁମକୁ ଭଲ ପାଇବି / Mun Tumaku Bhala Paibi

 ମୁଁ ତୁମକୁ ଭଲ ପାଇବି/ Mun Tumaku Bhala Paibi

ଏଇ କବିତାଟି ଡକ୍ଟର ଜ୍ୟୋତିରଞ୍ଜନ ଗୁଡିଆଙ୍କ ଦ୍ଵାରା ୨୩/୦୩/୨୦୨୬ ତାରିଖ ରାତ୍ରି ୧୦.୩୦ ସମୟରେ ଲେଖା ଯାଇଛି ।

ମୁଁ ତୁମକୁ ଭଲ ପାଇବି / Mun Tumaku Bhala Paibi


ଭଲ ଯଦି କାହାକୁ ପାଇବାର ଅଛି

ତୁମକୁ ମୁଁ ଭଲ ପାଇବି

ସ୍ଵପ୍ନ ଯଦି କାହାର ଦେଖିବାର ଅଛି

ତୁମ ସ୍ଵପ୍ନ ଦେଖୁଥିବି,

ମନେ ମୋର ଯଦି ରଖିବାର ଅଛି

ତୁମ ରୂପଛବି ରଖିବି

ହୃଦୟ ଯଦି କାହାକୁ ଦେବାର ଅଛି

ତୁମକୁ ହିଁ ମୁଁ ଦେବି ।।୧।।


କାହା ବାଟରେ ଯଦି ଚାଲିବାର ଅଛି

ତୁମ ବାଟରେ ଚାଲିବି

ମନ ସହ ଯଦି ମିଶେଇବାର ଅଛି

ତୁମ ସହ ମିଶେଇବି,

ଗୀତ ଯଦି କାର ଗାଇବାର ଅଛି 

ତୁମ ଗୀତ ଗାଉଥିବି

ଜନମେ ମରଣେ ରହିବାକୁ ଚାହେଁ

ତୁମ ସହ ବଞ୍ଚୁଥିବି ।।୨।।

 

 ଏଇ ଚଲା ବାଟ ଲେଖି ମୁଁ ଦେଇଛି

ତୁମରି ନାଆଁର ପଥରେ

ଆଙ୍କିଛି ମୁଁ ଛବି ଅନେକ ରଙ୍ଗରେ

ହୃଦୟ ଝରକା ଫାଙ୍କରେ,

ଅନେକ ସ୍ମୃତି ଯେ ସାଇତି ରଖିଛି

ଯେବେଠୁ ଦେଖିଲି ତୋତେରେ

ଏଇ ମନ ଯଦି ନପାଇବ ତୋତେ

ହାରିବି ଜୀବନ ସତରେ ।।୩।।

 

ଆଜିଠାରୁ ପ୍ରିୟା କଥା ମୁଁ ଦେଉଛି

ଦେଖିବିନି କାହା ମୁହଁକୁ

ତୁମେ ମୋର କୁନି ମୁଁ ତୁମ ରଞ୍ଜନ

ବିବାହ ବେଦୀରେ ଲେଖିବୁ,

ସତ ଯଦି ଥିବ ଏ ପ୍ରେମ କାହାଣୀ

ଏକାଠି ମିଶିବା ଭୂବନେ

ନଭାଙ୍ଗୁ ଏ ପ୍ରେମ ଅତୁଟ ରହୁ

ସଂସାରର ମାୟା ଜଞ୍ଜାଳେ ।।୪।।


Post a Comment

0 Comments