Ticker

6/recent/ticker-posts

Ad Code

Responsive Advertisement

ଆମ ଗାଁର ଜହ୍ନ ରାତି/Aama Gaanra Jahna Rati

 

ଆମ ଗାଁର ଜହ୍ନ ରାତି/Aama Gaanra Jahna Rati

ଆମ ଗାଁର ଜହ୍ନ ରାତି/Aama Gaanra Jahna Rati

ଆମ ଗାଁର ଜହ୍ନ ରାତି

କେଡେ ସୁନ୍ଦର ଦିଶୁଛି,

ପ୍ରତୀଟି ସନ୍ଧ୍ୟା ତୁମ ଅପେକ୍ଷା

ସୁନେଲି ଜ୍ୟୋସ୍ନା ଢାଳୁଛି 

 

ଅନେକ ଦିନରୁ ଗାଁ ବୁଲିବାକୁ

ଆଶା ରଖିଥିଲ ମନରେ,

ମୁଁ ହତଭାଗା ପୁରା କରିଲିନି

ତୁମରି ଆକାଂକ୍ଷ୍ୟା ଚିତ୍ତରେ ।

 

ଯେବେ ତୁମେ ପଠେଇ ଦିଅ

ପିଠା ପଣାର ସମ୍ଭାର

ଗାଁ ଲୋକେ ପ୍ରଶଂସା କରନ୍ତି

ବୋହୂ କେବେ ଆସିବ ଆମର ।

 

ଚାରିଦିନ କହି ଚାରିମାସ ହେଲା

ବରଷ ବି ଗଲା ପୁରି,

ବୋହୂ ହୋଇ କେବେ ଆସିବ ବୋଲି

ଦିନ ରାତି ହୁଏ ଝୁରି ।

 

ଯେବେ ଆମ ପାଖେ ସମୟ ମିଳିବ

ଗାଁ ଚାନ୍ଦିନୀରେ ବସିବା,

ବିତିଯାଇଥିବା ଅନେକ ସ୍ମୃତିକୁ

ପୁଣି ଥରେ ତାଜା କରିବା । 


Post a Comment

0 Comments