Ticker

6/recent/ticker-posts

Ad Code

Responsive Advertisement

ଆମ ଗାଁର ଜହ୍ନ ରାତି/Aama Gaanra Jahna Rati

 

ଆମ ଗାଁର ଜହ୍ନ ରାତି/Aama Gaanra Jahna Rati

ଆମ ଗାଁର ଜହ୍ନ ରାତି/Aama Gaanra Jahna Rati

ଆମ ଗାଁର ଜହ୍ନ ରାତି

କେଡେ ସୁନ୍ଦର ଦିଶୁଛି,

ପ୍ରତୀଟି ସନ୍ଧ୍ୟା ତୁମ ଅପେକ୍ଷା

ସୁନେଲି ଜ୍ୟୋସ୍ନା ଢାଳୁଛି ।

 

ଅନେକ ଦିନରୁ ଗାଁ ବୁଲିବାକୁ

ଆଶା ରଖିଥିଲ ମନରେ,

ମୁଁ ହତଭାଗା ପୁରା କରିଲିନି

ତୁମରି ଆକାଂକ୍ଷ୍ୟା ଚିତ୍ତରେ ।

 

ଯେବେ ତୁମେ ପଠେଇ ଦିଅ

ପିଠା ପଣାର ସମ୍ଭାର

ଗାଁ ଲୋକେ ପ୍ରଶଂସା କରନ୍ତି

ବୋହୂ କେବେ ଆସିବ ଆମର ।

 

ଚାରିଦିନ କହି ଚାରିମାସ ହେଲା

ବରଷ ବି ଗଲା ପୁରି,

ବୋହୂ ହୋଇ କେବେ ଆସିବ ବୋଲି

ଦିନ ରାତି ହୁଏ ଝୁରି ।

 

ଯେବେ ଆମ ପାଖେ ସମୟ ମିଳିବ

ଗାଁ ଚାନ୍ଦିନୀରେ ବସିବା,

ବିତିଯାଇଥିବା ଅନେକ ସ୍ମୃତିକୁ

ପୁଣି ଥରେ ତାଜା କରିବା । 


Post a Comment

0 Comments