ଚିତ୍ର ଆଙ୍କି ଦେଉଛି ମୁଁ ମୋ ହୃଦୟ କାନ୍ତରେ/ Chitra Anki Deuchhi Mun Hrudaya Kantare

 

This poem has written by Dr. Jyotiranjan Gudia on 15th March 2026 at 12:45 AM at Muduliguda village.

ଚିତ୍ର ଆଙ୍କି ଦେଉଛି ମୁଁ  ମୋ ହୃଦୟ କାନ୍ତରେ

 

 

ସମୟର କାନ୍ଭାସରେ

ଜୀବନର ତୂଳିଟେ

ଚିତ୍ର ଆଙ୍କି ଦେଉଛି ମୁଁ

ମୋ ହୃଦୟ କାନ୍ତରେ ।।

 

ଦୁଃଖ ଭରା ଏଇ

ମୋ ପ୍ରେମ କାହାଣୀ

କେମିତି ଆଙ୍କିବି କହ

କିଛି ବୁଝି ପାରୁନି ।।

 

ଏ ନୀଳ ଆକାଶ ତଳେ

ସ୍ୱପ୍ନ ମୋର ଦୋଳି ଖେଳେ

ଅବୁଜା ସେ ହୃଦୟଟେ

ଅଶାର ଦୀପଟି ଜାଳେ ।।

 

ସୁଖ ଦୁଃଖର ପଥରେ

ସାଥି ହୋଇ ବାଟ ଚାଲେ

ମୁଁ ଯେ ଏକ ପଥିକଟେ

ଚାଲୁ ଚାଲୁ ଥକି ପଡେ ।।

 

ନୀତି ସପନରେ ଆସି

ହାତ ଠାରି ମୋତେ କହେ
ହସି ହସି ଚାଲୁଥିବ
ସ୍ମୃତିକୁ ନେଇ ମନରେ
।।

 

ନିରବ ରାତ୍ରୀ ଚନ୍ଦ୍ରମା
ମୋ ସ୍ୱପ୍ନକୁ ଛୁଇଁଯାଏ
ହୃଦୟର ତାକୁହା କଥା
ରଙ୍ଗ ହୋଇ ବହିଯାଏ

ରଙ୍ଗ ହୋଇ ବହିଯାଏ

 

ଏଇ କବିତାର ସାରାଂଶ ହେଲା, ଏତେ ବଡ ଦୁନିଆରେ ଦିନ ରାତି କରି ବସି  ମୁଁ ପାଠ ପଢୁଛି ହେଲେ କଣ ଚାକିରୀ କରିବି ଜାଣିନି କେତେବେଳେ ଚାକିରୀ ମିଳିବ ଭାବି ଭାବି ଦିନେ ଦିନେ ଥକି ପଡୁଛି । ରାତିରେ ଯେତେବେଳେ ଶୋଉଛି, ପ୍ରତେକ ଦିନ ତୁମେ ମୋ ସପନରେ ଆସି ମୋତେ କହୁଛ, କଣ ଏତେ ଜଲ୍ଦି ଥକିଗଲ? ଉଠ!, ପୁଣି ଆଉଥରେ ଚେଷ୍ଟା କର ବୋଲି କହୁଛ । ପୁଣିଥରେ ମୁଁ ନୂଆ ଆଶା ନେଇ ମୋ କର୍ମ କରି ଚାଲୁଛି

 


Post a Comment

0 Comments