Ticker

6/recent/ticker-posts

Ad Code

Responsive Advertisement

କବିତା ରାତିଟେ

 


କବିତା ରାତିଟେ

ତୋତେ ପଢ଼ିବାକୁ ଭଲ ଲାଗେ
ଏଇ ନିରୋଳା ରାତିରେ,
ସେଥିପାଇଁ ତୁ ମୋର
କବିତା ରାତିଟେ ।

 

ତୋତେ ଦେଖିବାକୁ ଭଲ ଲାଗେ
ଏଇ ଜହ୍ନ ରାତିରେ,
ସେଥିପାଇଁ ତୁ ମୋର
ପୁନେଇ ଜହ୍ନଟେ ।

 

ତୋତେ ଆଙ୍କିବାକୁ ଭଲ ଲାଗେ
ଏଇ ରଙ୍ଗିନ କନ୍ଭାଷରେ,
ସେଥିପାଇଁ ତୁ ମୋର
କଥା କୁହା ଛବିଟେ ।

 

ତୋତେ ଗାଇବାକୁ ଇଚ୍ଛା ହୁଏ
ନୀଳ ଆକାଶ ତଳେ,
ସେଥିପାଇଁ ତୁ ମୋର
ମନର ଗୀତଟିଏ ।

 

ତୋତେ ଖୋଜିବାକୁ ମନ ହୁଏ
ଏଇ ତାରା ଭିଡ଼ରେ,
ସେଥିପାଇଁ ତୁ ମୋର
ସପନ ଠିକଣାଟିଏ ।

 

ତୋତେ ଛୁଇଁବାକୁ ମନ ହୁଏ

ଏଇ ଉପବନରେ,

ସେଥିପାଇଁ ତୁ ମୋର

କୋମଳ ଗୋଲାପ ଟିଏ ।

 




Post a Comment

0 Comments