Art Gallery of Jyotiranjan Gudia

ଜ୍ୟୋତିରଞ୍ଜନ ଗୁଡ଼ିଆ ଆଙ୍କିଥିବା ଚିତ୍ରଗୁଡ଼ିକ


2017 ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ Jyotiranjan Gudia KISSରେ ସମସ୍ତ ପିଲାଙ୍କ ସାମ୍ନାରେ ଦୁଇ ମିନିଟରେ ଚିତ୍ର ଆଙ୍କିଥିଲେ । ସେତେବେଳେ Dr. Achyuta Samantaଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା Kalinga TV News channel ମାଧ୍ୟମରେ live telecast ହୋଇଥିଲା । ସେ, ସେଇ ସମୟରେ  Kalinga Institute of Social Sciences KISSରେ MA ପ୍ରଥମ ବର୍ଷ Political Sciences subjectରେ ପଢୁଥିଲେ । ତାଙ୍କ ପାଖରେ ଠିଆ ହୋଇଛନ୍ତି ତାଙ୍କର ଚିତ୍ର ଶିକ୍ଷକ ଶ୍ରୀ Subrat Mahala sir। 

ଏଇ ଚିତ୍ରଟି ହେଉଛି Assam ରାଜ୍ୟର Molomi Langthasaଙ୍କର, ସେ 2014 ମସିହାରେ Bhubaneswarର Kalinga Institute of Social Sciences (KISS)ରେ +3 ପଢିବାକୁ ଆସିଥିଲେ । ସେ +3 ପଢିଲା ବେଳେ ମୋର ଭଲ ବନ୍ଧୁ ଥିଲେ । ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ଭେଟ ହେବାକୁ ଗଲି ସେତେବେଳେ ତାଙ୍କର ଏଇ ଛବି ଆଙ୍କି ଦେଇଥିଲି । 

ଏହା ହେଉଛି 2015 ମସିହାର ଗଣେଶ ପୂଜା decoration ର ଫୋଟୋ । ଯେତେବେଳେ Kalinga Institute of Social Sciences KISSରେ କୌଣସି ପୂଜା ହୁଏ ସେତେବେଳେ ମୁଁ  (Jyotiranjan Gudia) ଛାତ୍ର ଭାବରେ ଆଗ ଧାଡିର ଚିତ୍ରକର ଭାବରେ ଜଣାଶୁଣା ଥାଏ । ଆମେ ଡେକୋରେଶନ ସାରି ପରି ଶେଷରେ single ଓ group ଫୋଟୋ ଉଠେଇଥାଉ । 

2018 ମସିହାରେ MA Second year ପଢିଲା ବେଳେ Netaji Subash Boseଙ୍କ ଜନ୍ମ ଦିନ ଉପଲକ୍ଷେ ହୋଇଥିବା ଚିତ୍ର ପ୍ରତିଯୋଗୀତାରେ ମୁଁ (Jyotiranjan Gudia) ପ୍ରଥମ ସ୍ଥାନ ପାଇଥିଲି ଏଇ ଚିତ୍ର ଆଙ୍କି । ଏଇ ସମୟରେ 'ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ଵପ୍ନର ଅଖଣ୍ଡ ଭାରତ' ବିଷୟରେ ଚିତ୍ର ଆଙ୍କିବାକୁ କୁହାଯାଇଥିଲା । 

ଏହି ଚିତ୍ରଟି 2015 ମସିହାରେ ଆଙ୍କିଥିଲି, ଯେତେବେଳେ ମୁଁ +3 second year ପଢୁଥିଲି । କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମ collegeର ବୋର୍ଡରେ ଲଗେଇବା ପାଇଁ ଏଇ ସୁନ୍ଦର ଚିତ୍ର ଆଙ୍କି ସେଠାରେ ସୁନ୍ଦର ଭାବରେ କବିତା ଲେଖିଥିଲି । 

ଏହି ଚିତ୍ରଟି ହେଉଛି ମୋର ଜଣେ ଭଲ ବନ୍ଧୁ Molomi Langthasaଙ୍କର । ସେ Assam ରାଜ୍ୟରୁ ଆସି ଭୁବନେଶ୍ୱରର KISS collegeରେ ପାଠ ପଢୁଥିଲେ । ଯେତେବେଳେ ଆମର +3 ପାଠ ପଢା ଶେଷ ବର୍ଷ ଥିଲା ସେତେବେଳେ ମୋତେ ଦିନେ କହିଥିଲେ ମୋର ଗୋଟେ ଶାଢୀ ପିନ୍ଧା ଚିତ୍ର କରିଦେବ । ମୁଁ ଏଇ ଚିତ୍ରଟି ଆଙ୍କିବା ପାଇଁ ତିନି ମାସ ସମୟ ନେଇ ଧୀରେ ଧୀରେ ଶେଷ କରିଥିଲି ଓ +3ର ଶେଷ ବର୍ଷରେ ତାଙ୍କ ଜନ୍ମ ଦିନ ଉପଲକ୍ଷେ ଉପହାର ସୂରୁପ ତାଙ୍କୁ ଦେଇଥିଲି । 

2018 ମସିହାରେ Red Cross Society, Bhubaneswar State Branch ଦ୍ଵାରା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ଏଇ ଚିତ୍ର ଆଙ୍କିଥିଲି । ସେତେବେଳେ ରାଜ୍ୟସ୍ତରରେ ଏଇ ଚିତ୍ରଟି ଦ୍ଵିତୀୟ ସ୍ଥାନ ପାଇଥିଲା । 

Jyotiranjan Gudia ଯେତେବେଳେ KISSରେ ପଢୁଥିଲେ ସେତେବେଳେ ବହୁତ ଜାଗାରେ ବସି ଚିତ୍ର କରୁଥିଲେ । ସେଇ ସମୟରେ ଛୋଟ ଛୋଟ ପିଲା ଆସି ତାଙ୍କ ପାଖରେ ଘୁରି ଠିଆ ହୋଇ ଫୋଟୋ ଉଠାଉଥିଲେ । ଏହା ଥିଲା 2015 ମସିହାର ଚିତ୍ର, ଏଇ ଚିତ୍ରଟି ଗୋଟେ ଧଳା drawing sheetରେ କୋଇଲା ବା ଚାରକୋଳ ମାଧ୍ୟମରେ ଅଙ୍କା ଯାଇଥି ବା ଚିତ୍ର ।

2014 ମସିହାରେ Jyotiranjan Gudia ପ୍ରଥମ ଥର KIITରେ group painting competition ରେ ଭାଗ ନେଇଥିଲେ । ସେଇ ସମୟରେ ତାର ସାଙ୍ଗ Binod Tudu ଆଉ ନିଜେ Jyotiranjan Gudia ମିଶି ଗୋଟେ painting କରିଥିଲେ । ସେଇ ଚିତ୍ରର ଉଦ୍ଦେଶ୍ୟ ଥିଲା, ଯଦି ଆମେ ଭଲ ପଢିବା ତାହେଲେ ସମାଜରେ ଭଲ ସ୍ଥାନରେ ଜାଗା କରି ପାରିବା ଯଦି ପାଠ ନପଢିବା ତାହେଲେ ଗ୍ରାମଜୀବନ ଅତିବାହିତ କରିବା । 

୨୦୧୪ ମସିହାରେ Jyotiranjan Gudia +୩ ପ୍ରଥମ ବର୍ଷ ପଢିଲା ବେଳେ KISSର Anthropology departmentର lecturer Mr. Manaranjan Mohapatraଙ୍କର ଚିତ୍ର ଆଙ୍କି ତାଙ୍କୁ ଦେଇଥିଲେ ।  

Jyotiranjan Gudia ଯେତେବେଳେ +୩ ୨୦୧୬ ମସିହାରେ ପଢୁଥିଲେ ସେତେବେଳେ ନୂଆ ବର୍ଷ ଆସିଲେ ଏଇପରି ବିଭିନ୍ନ ପ୍ରକାରର ସୁନ୍ଦର ଚିତ୍ର କରି ସେଠାରେ ନିଜର କବିତା ଲେଖି collegeର boardରେ ଲାଗଉଥିଲେ । 

Jyotiranjan Gudia ୨୦୧୭ ମସିହାରେ ଭୁବନେଶ୍ୱରର State Red Cross Societyରେ ଭାଗ ନେଇ ଚିତ୍ର competitionରେ ପ୍ରଥମ ସ୍ଥାନ ପାଇ ସେଠାରେ ଟଙ୍କା ପୁରସ୍କାର ବାବଦରେ ୧୦୦୦ ଟଙ୍କା ପାଇଥିଲେ । ସେଇ ଟଙ୍କାକୁ ପୁଣି ଯେତେବେଳେ MA ପ୍ରଥମ ବର୍ଷ ପଢିଲେ ଗୋଟେ Swami Vivekanandaଙ୍କ ଚିତ୍ର ଆଙ୍କି ସେଇ ଅନୁଷ୍ଠାନକୁ ଦେଲେ ।  

ଯେତେବେଳେ Jyotiranjan Gudia +୨ ଦ୍ଵିତୀୟ ବର୍ଷର କଳା ଛାତ୍ର ଭାବରେ KISSରେ ପଢୁଥିଲେ ସେତେବେଳେ KIITର ପ୍ରଥମ ପ୍ରତିଷ୍ଠାତା ସ୍ଵାଗତ ପ୍ରଦ୍ୟୁମ୍ନ ବଳଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ଉପଲକ୍ଷେ ପ୍ରତେକ ବର୍ଷ ଜାନୁଆରୀ ମାସ ୨୩ ତାରିଖ ଦିନ ପାଳନ କରା ହେଉଥାଏ, ସେଇ ସମୟରେ ନିଜେ Jyotiranjan Gudia ସ୍ଵାଗତ ପ୍ରଦ୍ୟୁମ୍ନ ବଳଙ୍କ ବିଷୟରେ ବିଭିନ୍ନ ପ୍ରକାରର ଚିତ୍ର ଓ କବିତା ଲେଖି college ବୋର୍ଡରେ ଲଗଉଥିଲେ । 

Jyotiranjan Gudia ଯେତେବେଳେ ୨୦୧୨ ମସିହାରେ ୧୦ମ ପଢୁଥିଲେ ସେତେବେଳେ Kuni Nahak ବୋଲି ଗୋଟେ Balimelaର ଝିଅଟେ ତାଙ୍କର ଭଲ ସାଙ୍ଗ ଭାବରେ ପରିଚିତ ହେଲା । ଯେତେବେଳେ Jyotiranjan Gudiaଙ୍କର ୧୦ମ ପାଠପଢା ଶେଷ ହେଲା ଓ ସେ ଭୁବନେଶ୍ଵର +୨ ପଢିବା ପାଇଁ ଚାଲି ଗଲେ ସେତେବେଳେ ସେ ଝିଅକୁ ବହୁତ ମନେ ପକାଉଥିଲେ । ତାଙ୍କ ସହ Balimela ବ୍ୟାରେଜରେ ବସି ଫୋଟୋ ଉଠେଇବାର ବହୁତ ଇଚ୍ଛାଥିଲା । ସେ କିନ୍ତୁ କେବେ ସେଇ ବ୍ୟାରେଜରେ ବସି ସେ ଝିଅ ସହ ଫୋଟୋ ଉଠିଇବାର ସୁଯୋଗ ପାଇ ପାରିନଥିଲେ । ଯାହା ଫଳରେ ଭୁବନେଶ୍ଵର ଗଲା ପରେ ସେ ଏଇପରି ଗୋଟେ ଚିତ୍ର ଆଙ୍କି ସେଇ ଝିଅକୁ ଦେଇଥିଲେ । 

2016 ମସିହାରେ Jyotiranjan Gudia ଯେତେବେଳେ Kalinga Institute of Social Sciences KISSରେ +3 ଦ୍ଵିତୀୟ ବର୍ଷ କଳା ପଢିଲା ବେଳେ ଶିଶୁ ଦିବସ ପାଳନ ଉପଲକ୍ଷେ 25000 ପିଲାଙ୍କ ଗହଣରେ ଏଇ ଚିତ୍ରଟି ଓଲଟା ଆଙ୍କୁଛନ୍ତି । ନିଜେ Jyotiranjan Gudia ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ Pandit Jawaharlal Nehruଙ୍କର ଛବି ଆଙ୍କୁଥିବା ବେଳେ ତାର ସାଙ୍ଗ Binod Tudu KISS ଓ KIITର ପ୍ରତିଷ୍ଠାତା Dr. Achyuta Samantaଙ୍କର ଚିତ୍ର ଆଙ୍କୁଛନ୍ତି । 

2016 ମସିହାରେ Jyotiranjan Gudia ଯେତେବେଳେ Kalinga Institute of Social Sciences KISSରେ +3 ଦ୍ଵିତୀୟ ବର୍ଷ କଳା ପଢିଲା ବେଳେ Hindi Film Heroin Vidya Balan  2016 February 2 ତାରିଖରେ Kalinga Institute of Social Sciences (KISS)କୁ ଆସିଥିଲେ । ସେଇ ସମୟରେ ଏଇ ରୂପ ଚିତ୍ର ୫ ମିନିଟରେ ତାଙ୍କ ସମୁଖରେ ଆଙ୍କିଥିଲେ, ଯାହା ଫଳରେ ସେ ଖୁସି ହୋଇ ସେଇ ରୂପ ଚିତ୍ରର ଉପରେ ନିଜେ ହାତରେ ଲେଖିଲେ, "Dear, Jyotiranjan! God Bless you. Vidya Balan". 

ଏଇ ପ୍ରମାଣପତ୍ରଟି ୨୦୧୭ ମସିହାରେ Odisha Red Cross Society State Branch, Bhubaneswar ଦ୍ଵାରା ଆୟୋଜିତ ରାଜ୍ୟସ୍ଥରୀୟ  ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲେ ।



୨୦୧୬ ମସିହାରେ Odisha Paribesha Congress, Bhubaneswar ତରଫରୁ ହୋଇଥିବା ରାଜ୍ୟସ୍ଥରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ Jyotiranjan Gudia ଭାଗ ନେଇ ପ୍ରଥମ ସ୍ଥାନ ପାଇଥିଲେ । 

Odisha Rajiv Gandhi Students' Forum, Bhubaneswar ଦ୍ଵାରା୨୦୧୭ ମସିହାରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇ ଭଲ ପ୍ରଦଶନ କରିଥିଲେ Jyotiranjan Gudia.




































































Post a Comment

0 Comments