ଜ୍ୟୋତିରଞ୍ଜନ ଗୁଡିଆଙ୍କ ଚିତ୍ର କଳା ପ୍ରତି ଆଗ୍ରହ
ଦିନେ ମୋ ଜୀବନରେ
ଏକ ବହୁତ ସୁନ୍ଦର ସୁଯୋଗ ଆସିଲା,
ମୁଁ ପଞ୍ଚମ ପଢିବା ସମୟରେ ମୁଁ ସ୍କୁଲର ଅଳିଆ ଗଦାରେ ଖେଳୁଥିଲି,
ସେତେବେଳେ ମୁଁ ଗୋଟିଏ ସବୁଜ ରଙ୍ଗ ଡବା ପାଇଲି ଓ ସେଇ ରଙ୍ଗ ଡବାକୁ ସାଇତି ରଖିଥାଏ ବହୁତ
ଦିନଧରି । ବର୍ଷା ସମୟ ମୁଁ ଯେତେବଳେ ଟ୍ୟୁସନ ଯାଏ ସେତେବେଳେ ସାର୍ ଙ୍କ ପାଇଁ ସବୁବେଳେ ବସିବା
ପାଇଁ ଆସନ ଧରି ଯାଏ । ଦିନେ ମୁଁ ସାର୍ ଙ୍କ ପାଇଁ ବସିବା ଆସନ ଧରିବା ଭୁଲି ଯାଇଥିଲି ।
ସେତେବେଳେ ମୋର ଜଣେ କ୍ଲାସମେଟ୍ ଝିଅ ତାଙ୍କ ନାମ ତୁଳାବତୀ ଖିଲ ତାଙ୍କୁ ମହେଶ୍ବର ମହାରଣା ସାର୍
ଙ୍କ ପାଇଁ ତଳେ ବସିବା ଆସନ ଦେବା ପାଇଁ କହିଥିଲି ସେ ଝିଅ କିନ୍ତୁ ସାର୍ ଙ୍କୁ ଆସନ ଦେବା ପାଇଁ
ମନା କରିଦେଲା ଓ ସେମାନେ ସାଙ୍ଗ ହୋଇ ଟ୍ୟୁସନରୁ ବାହାରକୁ ବୁଲିବା ପାଇଁ ଚାଲିଗଲେ । ମୁଁ ସେ
ଝିଅକୁ ରାଗି, ତା ବସିବା ଆସନ ହୋଷ୍ଟେଲରେ ନେଇଗଲି ଓ ସେଠାରେ ଗୋଟେ
ଦାନ୍ତକାଠି ଭାଙ୍ଗି ସେଇ ଦାନ୍ତକାଠିରେ ସାର୍ ନାମ ସୁନ୍ଦର ଭାବରେ ମହାରଣା ସାର୍ ବୋଲି ଲେଖିଲି
ଓ ସାର୍ ଯେଉଁଠି ବସନ୍ତି ସେଠାରେ ରଖିଲି । ମହାରଣା ସାର୍ ଯେତେବେଳେ ଆସି ଦେଖିଲେ ଯେ ତାଙ୍କ
ନାମ ଗୋଟେ ଚାଉଳ ବସ୍ତାରେ ସୁନ୍ଦର ଭାବରେ ଲେଖା ହୋଇଛି । ତାହା ଦେଖି ସମସ୍ତଙ୍କୁ ପଚାରିଲି କିଏ
ଏତେ ସୁନ୍ଦର ଭାବରେ ଲେଖିଛି କହି, ସମସ୍ତ ସାଙ୍ଗମାନେ ମୋ ନାମ (Jyotiranjan) ଲେଖିଛି କହିଲେ । Sir ଖୁସି ହୋଇ ମୋତେ ତିନି ପ୍ରକାରର
ରଙ୍ଗ କିଣି ଆଣି ଦେବି ସ୍କୁଲର ସମସ୍ତ କାନ୍ଥରେ ନୀତିବାଣୀ ଲେଖିବୁ କହିଲେ ଓ ମୋ ପାଇଁ
ଶୁକ୍ରବାର ଦିନ ରଙ୍ଗ କିଣି ଆଣିଦେଲେ । ସେଇ ଦିନରୁ ମୁଁ ସ୍କୁଲର ସମସ୍ତ କାନ୍ଥରେ ବିଭିନ୍ନ
ପରକାରର ନୀତିବାଣୀ ଲେଖିବା ଆରମ୍ଭ କଲି ଓ ଛଅ ମାସ ମଧ୍ୟରେ ମୋର ସୁନ୍ଦର ଭାବରେ ଅକ୍ଷର ହୋଇଗଲା
। ଯେତେବେଳେ ମୋର ସୁନ୍ଦର ଅକ୍ଷର ହୋଇଗଲା ମୁଁ କେମିତି ଭଲ ଚିତ୍ର କରିବି ସେଥିପ୍ରତି ନିଜକୁ
ଚେଷ୍ଟା କଲି । ଧୀରେ ଧୀରେ ସୁନ୍ଦର ଭାବରେ ଲେଖିବା ସହ ସୁନ୍ଦର ଭାବରେ ବି ଚିତ୍ର ମଧ୍ୟ
ଆଙ୍କିଲି । ମହାରଣା ସାର୍ ମୋ ପାଇଁ କିଛି କିଛି କାମ ଯୋଗାଡ କରିବା ଆରମ୍ଭ
କରିଦେଲେ । ସେ ତାଙ୍କ ସାଙ୍ଗ ଶିକ୍ଷକମାନଙ୍କୁ କହି ବିଦ୍ୟାଳୟରେ ଆସୁଥିବା ବିଭିନ୍ନ ପ୍ରକାରର
ସ୍କୁଲ ଚିତ୍ର, କାନ୍ଥବାଡ ମାନଙ୍କରେ
ଆଙ୍କିବା ପାଇଁ ଅନ୍ୟ ଶିକ୍ଷକମାନଙ୍କ ପାଖରୁ ବୁଝୁଥିଲେ । ମୁଁ ସେଇ ସ୍କୁଲ ମାନଙ୍କ ପାଖେ ଯାଇ
ଚିତ୍ର କରୁଥିଲି ଓ କିଛି କିଛି ଟଙ୍କା ରୋଜଗାର କରିବା ଆରମ୍ଭ କରିଦେଲି । ପ୍ରଥମ ଥର ଯେତେବେଳେ
ଗୋଟେ ବ୍ୟାନର କପଡାରେ କୁଡୁମୁଲୁଗୁମ୍ମା ଡାକ୍ତର ଖାନା ପାଇଁ ଲେଖିଲି ସେତେବେଳେ ମୋତେ ୬୦
ଟଙ୍କା ମିଳିଥିଲା । ଧୀରେ ଧୀରେ ମୋର ଲୋକପ୍ରିୟତା ଆମ ଅଞ୍ଚଳରେ ବଡିବାକୁ ଲାଗିଲା । ଯେଉଁ
ପରିବାରରେ ବାହାଘର, ବ୍ରତ, ଏକୁଷିୟା, ବିର୍ବନ୍ଧ, ପର୍ବପର୍ବାଣି, ସ୍କୁଲ
ଓ କଲେଜରେ ମଧ୍ୟ ଗଣେଶ ପୂଜା, ସରସ୍ଵତୀ ପୂଜା ସମୟରେ ମୁଁ କିଛି କିଛି
କାମ କରି ରୋଜଗାର କରୁଥିଲି ।
ଯେତେବେଳେ ମୁଁ ପଞ୍ଚମ ଶ୍ରେଣୀ ପଢୁଥିଲି ସେତେବେଳେ ରଙ୍ଗ ତୁଳି କିଣିବା ପାଇଁ ମଧ୍ୟ
ମୋ ପାଖରେ ଟଙ୍କା ନଥିଲା । ମୁଁ ପଞ୍ଚମ ଶ୍ରେଣୀ ସାରିବାର ତିନି ମାସ ପୂର୍ବରୁ ମୁଁ ବାପାଙ୍କୁ
300 ଟଙ୍କାର ଆବଶ୍ୟକତା ଅଛି ବୋଲି କହିଥିଲି । ମୋ ବାପା ମୋତେ ସେଇ ତିନିଶହ ଟଙ୍କା ଖରା ଛୁତିରେ
ଦେଇଥିଲେ । ମୁଁ ସେଇ ତିନିଶହ ଟଙ୍କା ଧରି କୁଡୁମୁଲୁଗୁମ୍ମାର ବଜାରରେ ଯାଇ 12ଟି ଫେଭିରିକ ରଙ୍ଗ, କିଛି ତୂଳୀ ଓ ଗୋଟିଏ ରଙ୍ଗ ଫୁଙ୍କାଳି ଧରି ଆସିଥିଲି । ଯେଉଁ ରଙ୍ଗ ଫୁଙ୍କାଳି ଧରି
ଆସିଥିଲି ତାହା ବ୍ୟବହାର ଜାଣିନଥିଲି । ସେଇ ରଙ୍ଗ ପୁଙ୍କାଳିର ବ୍ୟବହାର ଶିଖିବା ପାଇଁ ଶିଖିବା
ପାଇଁ ମୁଁ ରାତିସାରା ଅନିଦ୍ରା ହୋଇ ଗ୍ଲାସରେ ପାଣି ପୁରେଇ ଅଭ୍ଯାସ କରୁଥିଲି କିନ୍ତୁ ଦୁଇ ଦିନ
ପରେ ତାହା ଶିଖିଗଲି । ଯେତେବେଳେ ରଙ୍ଗ ଫୁଙ୍କାଳି ଶିଖିଲି ତା ପରଦିନ ଆମ ଘରେ ଯାଇ ଗୋଟେ ଚିତ୍ର
ପ୍ରଥମ କରି ଆଙ୍କିବି ବୋଲି ପ୍ରସ୍ତୁତ ହେଲି । ସେଇ ସମୟରେ କିପରି ଚିତ୍ର ଅଙ୍କାଯାଏ ତାହା ମଧ୍ୟ
ଜାଣିନଥିଲି । ଚିତ୍ର ଆଂକିବା ପୂର୍ବରୁ କାନ୍ଥରେ କିଛି ଧଳା ରଙ୍ଗ ବୋଲାଯାଏ ବୋଲି ଜାଣିଥିଲି, କିନ୍ତୁ ମୋ ପାଖରେ ଧଳା ରଙ୍ଗ କିଣିବା ପାଇଁ ତାଙ୍କ ନଥିଲା । ସେଇ ସମୟରେ ସ୍କୁଲର
କିଛି ଚକ ଖଡି ନେଇ ତାହା ଗୁଣ୍ଡ କରି ଆମ ଘର କାନ୍ଥରେ ରଗେଇଥିଲି । ପାର୍ଶରେ ଥିବା ଗଣେଶଙ୍କ
ଚିତ୍ର ମୁଁ ମୋ ଜୀବନରେ ପ୍ରଥମ ଥର ଆଙ୍କିଲି ।
 |
| ଜ୍ୟୋତିରଞ୍ଜନ ଗୁଡିଆଙ୍କ ସର୍ବ ପ୍ରଥମ ଚିତ୍ର, ଏଇ ଚିତ୍ରଟି ସେ 2006 ମସିହାରେ ପଞ୍ଚମ ପଢିଲା ବେଳେ ନିଜ ଘର କାନ୍ତରେ ଆଙ୍କିଥିଲେ । |
ଆମେ
ଯେତେବେଳେ ସ୍କୁଲରେ ପଢୁଥିଲୁ ସେତେବେଳେ ସ୍କୁଲ ଛୁଟି ହେବା ପୂର୍ବରୁ ଗୋଟେ ଗୀତ ଗାଇବାକୁ
ପଡୁଥିଲା । ସେଇ ଗୀତଟି ହେଲା-
ଆମେ
ହସିଲେ ଦୁନିଆ ହସେ
ଆମେ ହସିଲେ ଦୁନିଆ ହସେ
ହସେ ଆକାଶ ସାରା
ହସି ଉଠାଇ ବଉଦ ତଳୁ
ପୁଣି ଚାନ୍ଦକା ତାରା ।
ଲତା ଗହଲେ ଫୁଲାଟି ହସେ
ହସେ ପରଜାପତି
ନୀଳ ଆକାଶେ ଚଢେଇ ହସେ
ଗାଇ ପବନ ଗୀତି
ସାଗର ହସେ ସୁରୋଜ ହସେ
ଶୁଖିଲା ମାଟି ହସେ
ହସି ହସିକା ଦୁରୁ ଆକାଶୁ
ବରଷା କେତେ ଖସେ
ହୋ- ବରଷା କେତେ ଖସେ ।
ଯେତେବେଳେ
ମୋର ଷଷ୍ଠ ଶ୍ରେଣୀ ହେଲା ସେତେବେଳେ ମହାରଣା ସାର୍ ମୋତେ ସବୁଦିନ ଘରକୁ ଯିବା ଆସିବା ନକରି
ତାଙ୍କ ପାଖେ ରହିବାକୁ କହିଲେ । ସେଇଦିନ ଠାରୁ ମୁଁ ଦଶମ ପଢିବା ଯାଏଁ ତାଙ୍କ ପାଖରେ ରହିଲି ଓ
ମୋତେ ସେ ପଶ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ସାର୍ ମୋତେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ
ନିଜ ପାଖେ ରଖିଲେ ଓ ମୁଁ କେମିତି ଠିକରେ ପାଠ ପଢିବି ସେଥିପ୍ରତି ମୋତେ ସବୁବେଳେ ନିଜ ନଜରରେ
ରଖିଲେ । ମହେଶ୍ବର ମହାରଣା ସାର୍ ତିନି ବର୍ଷ ଭିତରେ ମୋ ପାଇଁ ମଧ୍ୟ ନିଜେ ଖାଇବା ବନେଇ
ଦେଉଥିଲେ । ତାଙ୍କ ଫୋଟୋ ପାର୍ଶରେ ଦିଆ ଯାଇଛି ।
 |
| ମହେଶ୍ଵର ମହାରଣା ସାର୍ |
ମୁଁ
ଯେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲି ସେତେବେଳେ ଆମ ବିଦ୍ୟାଳୟର ଶିକ୍ଷକ ତାଙ୍କ ନାମ ଶ୍ରୀ ଉମା
ଶଙ୍କର ଦାସ ଯେବେ ଆମ ଶ୍ରେଣୀରେ ଆସନ୍ତି ଦେଶ ପ୍ରେମର ଗୀତ ଗାଇ ଶୁଣାନ୍ତି, ତାଙ୍କ ପ୍ରେରଣାରେ ମୁଁ ମୋ ସ୍କୁଲ ପାଇଁ ଗୋଟେ
ଗୀତ ଲେଖିଥିଲି, ସେ ଗୀତଟି ହେଲା:
ଆମ
ବିଦ୍ୟାଳୟ
ଆମ ବିଦ୍ୟାଳୟ
କୁଡୁମୁଲୁଗୁମ୍ମାରେ
ଅବସ୍ଥିତ
ତା ଚାରି ପାଖେ ପାଚେରୀ
ରହିଛି
ବିଦ୍ୟାଳୟ ପରିବେଶ ଗଠିତ
ଆମ ବିଦ୍ୟାଳୟ
କୁଡୁମୁଲୁଗୁମ୍ମାରେ
ଅବସ୍ଥିତ ।
ନାନା ଜାତିର ନାନା ରଙ୍ଗର
କେତେ କେତେ ଫୁଲ ଫୁଟେ
ପଞ୍ଚମ ଷଷ୍ଠ ସପ୍ତମ
ନାମରେ
ବଗିଚାଟି ହସି ଉଠେ ।
ବଗିଚା ଭିତରେ ପ୍ରଜାପତି
ଉଡେ
ନୀତି ଧରୁଥାଏ କଙ୍କି
ନାଲି ନେଳି ରଙ୍ଗ ପାଖୁଡା
ଦେଖିଲେ
ଭଅଁର ହୁଅଇ ଖୁସି ।
ସବୁ ଗୁରୁଜନ ସ୍ନେହ
ଆଦରରେ
ଆମକୁ ଦିଅନ୍ତି ଶିକ୍ଷା
ହିନ୍ଦୁ ମୁସଲିମ୍
କ୍ରିଷ୍ଟୀୟାନ୍ ହୋଇ
ଆମେ ହୋଇଥାଉ ଠିଆ ।
ଏଇ କବିତା ଗାଇଲାବେଳେ ମୋର ବହୁତ ସହପାଠୀ ଥିଲେ, ହେଲେ ସେଥିକି ଭିତରୁ ଜଣେ ମୋ ସାଙ୍ଗ ଜିତେନ୍ଦ୍ର
ଚାଲାଣ ମୋ କବିତାକୁ ଭଲ ସେ ଶୁଣିଥାଏ । ଏବେ ବି ସେ ମୋ କବିତା ମନେ ରଖିଛନ୍ତି ।
ସପ୍ତମ ଶ୍ରେଣୀରେ ପଡୁଥିବା ସମସ୍ତ ସାଙ୍ଗମାନଙ୍କ ସହ
ଫୋଟୋ
ଆମ
ସାଙ୍ଗମାନେ ବହୁତ ଭଲ ଥିଲେ,
ପ୍ରାୟ ସାଙ୍ଗମାନଙ୍କ ସହ ମୋର ଭଲ
ସମ୍ପର୍କ ଥିଲା । କିଛି ସାଙ୍ଗମାନେ ପିଲାମାନଙ୍କୁ ଭଲ ଦେଖାଶୁଣା କରନ୍ତି, କିଛି ସାଙ୍ଗମାନେ ଭଲ ଗୀତ ଗାଇଥାନ୍ତି, କିଛି ସାଙ୍ଗମାନେ ଭଲ ଭୋଲେଣ୍ଟର କରନ୍ତି କିନ୍ତୁ ମୁଁ ଭଲ ଚିତ୍ର ଆଙ୍କୁଥିଲି ।
ପୁଅମାନେ ଓ ଝିଅମାନେ ବି ମୋର ଭଲ ସାଙ୍ଗ ଥାନ୍ତି । ମୁଁ ସମସ୍ତଙ୍କ ସହ ଭଲ ମିଶେ, ସେତେବେଳେ ପୁଅମାନଙ୍କ ମଧ୍ୟରେ ମୋହନ, ସନ୍ତୋଷ, ଲୋକନାଥ, ବାପି, ଜିତେନ୍ଦ୍ର, ଦେବୀ ପ୍ରସାଦ, ସମୀର, କାହ୍ନୁ, କାର୍ତ୍ତିକ, ବଳରାମ, କୃଷ୍ଣ, ଲକ୍ଷ୍ମଣ, ଗୋପାଳ, ଆଶିଷ, ମାନସ, ଶିବ, ସର୍ବେଶ୍ଵର, କୃଷ୍ଣ ଭୂୟାଁ, ସହଦେବ, ସୁବାସ, ରାଜୁ, ମହେନ୍ଦ୍ର, ଓ ଝିଅମାନଙ୍କ ମଧ୍ୟରୁ ଗୌରୀ,
ରଶ୍ମି, ସାଗରିକା, ଶାନ୍ତି, ରୁଚିକା, ସସ୍ମିତା, ତୁଳା, ମୀରା, ଲଳିତା, ସୌଧାମିନୀ, ନିଶା ଏତ୍ୟାଦି ସବୁ ସାଙ୍ଗ ଥିଲେ । ଆମେ ଯେତେବେଳେ ଖେଳ ଛୁଟି ପାଉଥିଲୁ ସେତେବେଳେ
ସମସ୍ତେ ମିଶି କବାଡି, ଫୁଟବଲ, ଭୋଲିବଲ, ଲୁଚକାଳି ଖେଳୁଥିଲୁ । ସନ୍ତୋଷ (ବିଜୁ) ତାଙ୍କ ମାଆ ମୋ ପାଇଁ କିଛି କିଛି ପିଠା ପଠେଇ
ଦିଅନ୍ତି ଯେତେବେଳେ ତାଙ୍କ ଘରେ ପର୍ବ ପର୍ବାଣି ହୁଏ । ଆଉ କିଛି ଝିଅପିଲା ସାଙ୍ଗ ଯେପରି ଗୌରୀ, ନିଶା, ସାଗରିକା, ଶାନ୍ତି ଏମାନେ
ପ୍ରାୟ ଦିନ ଆଚାର ନେଇ ସ୍କୁଲ ଆସିଥାନ୍ତି ଓ ମୋତେ ମଧ୍ୟ ଦିଅନ୍ତି । ଆମେ ଯେତେବେଳେ ସପ୍ତମ
ଶ୍ରେଣୀ ପାଠ ପଢୁଥିଲୁ ସେତେବେଳେ ସପ୍ତମ ପାଇଁ ବୋର୍ଡ ପରୀକ୍ଷା ଦେବାକୁ ପଡୁଥିଲା । ଆମେ ସପ୍ତମ
ଶ୍ରେଣୀ ପାସ କଲା ପରେ ସପ୍ତମ ବୋର୍ଡ ପରୀକ୍ଷା ଉଠିଗଲା । ଉପରିସ୍ଥ ଫୋଟୋଟି ସପ୍ତମ ଶ୍ରେଣୀ
ବୋର୍ଡ ପରୀକ୍ଷା ହେବାର କିଛି ଦିନ ପୂର୍ବରୁ ଉଠେଇଥିଲୁ । ସେଥିମଧ୍ୟରୁ ଆମ ସହ ଅଛନ୍ତି- ପ୍ରତାପ
କୁରମାର ରଥ (ସଂଗୀତ ଶିକ୍ଷକ), ଉମା ଶଙ୍କର ଦାସ, ଦେବେନ୍ଦ୍ର କୁମାର ବଳ, ମହେଶ୍ଵର ମହାରଣା, କେଶବ ଚନ୍ଦ୍ର ପ୍ରଧାନ (ପ୍ରଧାନ ଶିକ୍ଷକ), ପ୍ରିୟମ୍ବଦା
ରାଉତ, ବଡ ଦିଦି, ଅଳକାନନ୍ଦା ମାହାଳିକ, ସନ୍ତୋଷ କୁମାର ମହୂରୀ ସାର୍ ଓ ମ୍ଯାଡାମମାନେ ।
ଷଷ୍ଠ
ଶ୍ରେଣୀ ପଢିଲା ବେଳେ ମୁଁ ଦିନେ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମୟରେ ଗୀତ ଗାଇଥିଲି ସେଇ ଗୀତଟି
ହେଲା-
ଏସୁର ଆଷାଢ ମାସରେ ନନୀ
ଏସୁର ଆଷାଢ ମାସରେ ନନୀ
ଏସୁର ଆଷାଢ ମାସ
ପାଣି ମାରିଦେଲା ଝିଲଫି
ଝିଫା
ଧାନ ଗଜା ବାହାରିଲା ନନୀ
ଧାନ ଗଜା ବାହାରିଲା,
ଏସୁର ଆଷାଢ ମାସରେ ନନୀ
ଏସୁର ଆଷାଢ ମାସ ।
ଝିପିରି ଝିପିରି ପାଣି
ମାରାନି
କଡକି ଧରି ବେଡ଼ା ଯାହାନି
ଝିପିରି ଝିପିରି ପାଣି
ମାରାନି
କଡକି ଧରି ବେଡ଼ା ଯାହାନି
ଧାନ ଗଛ ସବୁ ଲାଗାଏତେ
ରହ୍ଳା
ଏସୁର ପୁରପାଣି ସରତେ
ନେଲା
କାୟ ମନ୍ତର କଲା ଏଟା
ବଡେ ଝାଟି ହୋଇ ଗଲା
କାୟ ମନ୍ତର କଲା ଏଟା
ବଡେ ଝାଟି ହୋଇ ଗଲା
କାୟ ମନ୍ତର କଲାରେ
ନନୀ
ବଡେ ଝାଟି ହୋଇ ଗଲା ।
ଏସୁର ଆଷାଢ ମାସରେ ନନୀ
ଏସୁର ଆଷାଢ ମାସ
ପାଣି ମାରିଦେଲା ଝିଲଫି
ଝିଫା
ଧାନ ଗଜା ବାହାରିଲା ନନୀ
ଧାନ ଗଜା ବାହାରିଲା,
ଏସୁର ଆଷାଢ ମାସରେ ନନୀ
ଏସୁର ଆଷାଢ ମାସ ।
ଏଇ ଗୀତଟି ମୁଁ ନିଜେ ଲେଖିଥିଲି ଓ ଏଥିରେ ସ୍ବର ସରଂଚନା କରିଥିଲେ ଆମ
ସଙ୍ଗୀତ ଶିକ୍ଷକ ଶ୍ରୀ ପ୍ରତାପ କୁମାର ରଥ । ମୁଁ ପଞ୍ଚମ ପଢିଲାବେଳେ ଦୁଇଥର ଡ୍ରାମାରେ ଅଭିନୟ
ମଧ୍ୟ କରିଥିଲି । ଡ୍ରାମାର ନାମ ହେଲା “ଶହୀଦ ଲକ୍ଷ୍ମଣ ନାଇକ” ଓ ଅନ୍ୟଟି ହେଲା “ଆମ ପରିବେଶ ଆମ
ମୁହଁର ହସ”। ପ୍ରଥମ ଡ୍ରାମାରେ ମୁଁ ଲକ୍ଷ୍ମଣ ନାଇକ ଅଭିନୟ କରିଥିଲି ଓ ଦ୍ବିତୀୟ ଡ୍ରାମାରେରେ
ବୃକ୍ଷ ଦେବତା ଅଭିନୟ କରିଥିଲି । ଏଇ ଡ୍ରାମାଟି ଆମ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଗୌରାଙ୍ଗ
କୁମାର କର ଲେଖିଥିଲେ ।