Jyotiranjan Receives Doctorate Degree
The Prajameya
Jaypore | 17 October 2025
Jyotiranjan Receives Doctorate Degree
Turned
Adversity into Opportunity
Malkangiri,
16/10 (Agency):
The first youth from the Didayi tribal community of Malkangiri district, Jyotiranjan
Gudia, has been honored with a Doctorate degree. Jyotiranjan, a
native of Muduliguda village under Rasbeda Panchayat in Khairaput
Block, pursued his higher education at an educational institution in
Bhubaneswar. He earned this distinction through his research on his own
community.His dissertation, titled “Continuity and Changes in the
Traditional Political System of the Didayi Tribe and Its Present Context,”
has been highly appreciated by scholars and intellectual circles. The news of
his achievement has brought immense pride and happiness to his native village.
Jyotiranjan said that he turned every adverse situation into an opportunity,
which helped him achieve this success.
Jyotiranjan is a bright young man from the Didayi tribe.
His father, Buda Gudia, and mother, Radha Gudia, sustain their
family through farming and daily wage labor. Despite the family’s poor
financial condition, Jyotiranjan studied with determination and dedication. A
talented artist, he used to create paintings and sell them to earn some money
to support his family.From a young age, seeing his parents’ struggles, he
resolved to become a good human being through education. He completed his
primary schooling in Kudumulugumma and then enrolled at the local
government high school. Despite financial hardship and social challenges, he
continued his education with strong willpower and perseverance. In 2012, he passed the
matriculation examination from Kudumulugumma High School, and later
joined an institution in Bhubaneswar, where he completed his +2,
graduation, post-graduation, and finally qualified for the Ph.D. program.
ପ୍ରେମେୟ
Jaypore 17 Oct, 2025
ଜ୍ୟୋତିଙ୍କୁ ମିଳିଲା ଡକ୍ଟରେକ୍ଟ ସମ୍ମାନ
ପ୍ରତିକୂଳ ସ୍ଥିତିକୁ ସୁଯୋଗରେ ପରିଣତ କରିଥିଲେ
ମାଲକାନଗିରି, ୧୬।୧୦ (ଆପ୍ର): ଡକ୍ଟରେଟ୍ ଉପାଧିରେ ସମ୍ମାନିତ ହୋଇଛନ୍ତି ଜିଲ୍ଲାର ପ୍ରଥମ ଡିଡାୟୀ ଜନଜାତି ଯୁବକ
ଜ୍ୟୋତିରଞ୍ଜନ ଗୁଡିଆ । ଖଇରପୁଟ ବ୍ଲକ
ରାସବେଦା ପଞ୍ଚାୟତ ମୁଦୁଲିଗୁଡା ଗାଁର ଜ୍ୟୋତିରଞ୍ଜନ ଭୁବନେଶ୍ୱର ଏକ ଘରୋଇ ଅନୁଷ୍ଠାନର ଛାତ୍ର । ସେ ତାଙ୍କ ନିଜ ସମ୍ପ୍ରଦାୟ ଉପରେ ଗବେଷଣା କରି ଏଇ ସମ୍ମାନ ପାଇଛନ୍ତି
। ଡିଡାୟୀ ଜନଜାତିର ପାରମ୍ପରିକ ରାଜନୈତିକ ବ୍ୟବସ୍ତାରେ ପରିବର୍ତ୍ତନ ଓ
ବର୍ତ୍ତମାନସ୍ଥିତି ସନ୍ଦର୍ଭରେ ସେ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରି ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ
ହୋଇଛନ୍ତି । ଏଇ ଖବର ପ୍ରଚାରିତ ହେବାପରେ ଜନ୍ମମାଟିରେ ଖୁସିର ଲହରି ଖେଳିଯାଇଛି । ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରି ସେ ଏଭଳି ସଫଳତା ପାଇଥିବା
କହିଛନ୍ତି ଜ୍ୟୋତିରଞ୍ଜନ ।
ଜ୍ୟୋତି ହେଉଛନ୍ତି ଡିଡାୟୀ ଜନଜାତିର ଜଣେ ମେଧାବୀ ଯୁବକ । ବାପା ବୁଦା ଗୁଡିଆ ଓ ମା’ ରାଧା ଗୁଡିଆ ଚାଷବାସ କରିବା ସହ ପରଘରେ କୁଲିମଜୁରି ଲାଗି ପରିବାର ଚଳାଉଛନ୍ତି
। ଘରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ଜ୍ୟୋତି ମାନଲଗାଇ ପାଠ ପଢିଥିଲେ
। ସେ ଜଣେ ଭଲ ଚିତ୍ରକର ଥିବାରୁ ବିଭିନ୍ନ ସମୟରେ ଭଲ ଚିତ୍ର ଆଙ୍କି କିଛି
ଟଙ୍କା ରୋଜଗାର କରି ପରିବାରକୁ ସାହାଯ୍ୟ କରିଆସୁଥିଲେ । ପିଲାଟି ବେଳୁ ପିତାମାତାଙ୍କ ସଂଘର୍ଷମୟ ଜୀବନ ଦେଖି ପାଠପଢି ଜଣେ ଉତ୍ତମ
ମଣିଷ ହେବାକୁ ଚେଷ୍ଟା କରୁଥିଲେ । କୁଡୁମୁଲୁଗୁମ୍ମାରେ ପ୍ରାଥମିକ
ଶିକ୍ଷା ସାରି ଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଅଭାବ ଅନଟନ ମଧ୍ୟରେ ବହୁ କଷ୍ଟକରି ଶିକ୍ଷାଗ୍ରହଣକୁ ଜୀବନର ବ୍ରତ କରିଥିଲେ
। ୨୦୧୨ରେ କୁଡୁମୁଲୁଗୁମ୍ମା ହାଇସ୍କୁଲରୁ ଦଶମରେ ଉତ୍ତୀର୍ଣ୍ଣ ହୋଇ ଭୁବନେଶ୍ଵରର
ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ୨ରୁ ସ୍ନାତକୋତ୍ତର ଓ ପରେ ପିଏଚଡି ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ
।

0 Comments