Jyotiranjan Gudia has become the first youth to earn a Doctorate degree

 Jyotiranjan Gudia has become the first youth to earn a Doctorate degree

Sambad

Malkangiri, 16/10 (EMIS):

Among the primitive tribal groups living in Malkangiri district, the Didayi tribe is one of the most distinct. From this community, Jyotiranjan Gudia has become the first youth to earn a Doctorate degree. He is the son of Buda Gudia and Radha Gudia, residents of Muduliguda village under Rasabeda Panchayat in Khairaput block. Buda Gudia is a poor farmer. Jyotiranjan completed his primary and upper primary education at Kudumulugumma. Although he had a strong desire to study, financial hardship in his family made it very difficult. From Class VIII to X, he stayed and studied under the guidance of teacher Maheswar Maharana, who recognized his artistic talent and believed he could become a skilled painter in the future. Mr. Maharana supported him by connecting him with different organizations and providing him opportunities for art training. After passing Class X, Jyotiranjan got the opportunity to continue his studies in Bhubaneswar. At the Kalinga Institute of Social Sciences (KISS), he completed +2, graduation, post-graduation, M.Phil., and Ph.D. degrees. Through his thesis on the “Continuity and Changes in the Traditional Political System of the Didayi Tribe,” Jyotiranjan earned his Doctorate, becoming the first educated youth from the Didayi community to achieve this distinction.

ସମ୍ବାଦ

ମାଲକାନଗିରି, ୧୬/୧୦(ଇମିସ): ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ମଧ୍ୟରୁ ଡିଡାୟୀ ଜନଜାତି ଅନ୍ୟତମ ଏହି ଜନଜାତିର ପ୍ରଥମ ଯୁବକ ଜ୍ୟୋତିରଞ୍ଜନ ଗୁଡିଆ ଡକ୍ଟରେଟ ପାଇଛନ୍ତି ଖଇରପୁଟ ବ୍ଲକ ରାସବେଡା ପଞ୍ଚାୟତ ମୁଦୁଲିଗୁଡା ଗ୍ରାମର ବୁଦା ଗୁଡିଆ ଓ ରାଧା ଗୁଡିଆଙ୍କ ପୁଅ ହେଉଛନ୍ତି ଜ୍ୟୋତିରଞ୍ଜନ ବୁଦା ଗୁଡିଆ ଜଣେ ଗରିବ ଚାଷୀ ଜ୍ୟୋତିରଞ୍ଜନ କୁଡୁମୁଲୁଗୁମ୍ମାରେ ନିଜର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ପାଠ ପଢିବାକୁ ପ୍ରବଳ ଇଚ୍ଛା ଶକ୍ତି ରହିଥିଲେ ମଧ୍ୟ ପରିବାରର ଆର୍ଥିକ ଅନଟନ ଯୋଗୁଁ ଏହା ସମ୍ଭବପର ହୋଇପାରୁନଥିଲା ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମହେଶ୍ଵର ମହରଣାଙ୍କ ନିକଟରେ ରହି ପାଠ ପଢିଥିଲେ ଜ୍ୟୋତିରଞ୍ଜନଙ୍କ ଚିତ୍ରକଳା ଦେଖି ସେ କିପରି ଆଗକୁ ଜଣେ ଦକ୍ଷ ଚିତ୍ରକର ହେବ ସେ ନେଇ ଶ୍ରୀ ମହାରଣା ସହଯୋଗ କରିଥିଲେ ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ କରି ଜ୍ୟୋତିରଞ୍ଜନକୁ ଚିତ୍ର ଶିକ୍ଷା ଦେଇଥିଲେ ଦଶମ ପାସ କରିବା ପରେ ଭୁବନେଶ୍ଵରରେ ପଢିବାର ସୁଯୋଗ ପାଇଥିଲେ କିସ୍ ରେ ଯୁକ୍ତ ଦୁଇ, ଯୁକ୍ତ ୩, ପିଜି, ଏମଫିଲ, ପିଏଚଡି ପଢି ଡିଡାୟୀ ସଂପ୍ରଦାଯର ପ୍ରଥମ ଶିକ୍ଷିତ ଯୁବକ ଭାବେ ଜ୍ୟୋତିରଞ୍ଜନ ଡକ୍ଟରେଟ ଉପାଧି ପାଇଛନ୍ତି ଡିଡାୟୀ ସଂପ୍ରଦାୟର ପରମ୍ପରା ଓ ରାଜନୀତି ପରିବର୍ତ୍ତନ ସମ୍ପର୍କରେ ଥେସିସ ଲେଖି ଏହି ଡକ୍ଟରେଟ ପାଇଛନ୍ତି

Post a Comment

0 Comments